Advertisements

୨୭ ଏପ୍ରିଲ୍ ୨୦୨୬ରେ, କମିଶନରେଟ୍ ପୋଲିସ ଭୁବନେଶ୍ୱର-କଟକ ପକ୍ଷରୁ ଆଜି ପୋଲିସ ଅଧିକାରୀମାନଙ୍କ ପାଇଁ “ନୂତନ ଫୌଜଦାରୀ ଆଇନ ଅଧୀନରେ ଡିଜିଟାଲ୍ ଫୋରେନସିକ୍ ଏବଂ ଘଟଣା ପ୍ରତିକ୍ରିୟା” (Digital Forensics & Incidence Response under New Criminal Laws) ଶୀର୍ଷକ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି।

୨୭ ଏପ୍ରିଲ୍ ୨୦୨୬ରେ, କମିଶନରେଟ୍ ପୋଲିସ ଭୁବନେଶ୍ୱର-କଟକ ପକ୍ଷରୁ ଆଜି ପୋଲିସ ଅଧିକାରୀମାନଙ୍କ ପାଇଁ “ନୂତନ ଫୌଜଦାରୀ ଆଇନ ଅଧୀନରେ ଡିଜିଟାଲ୍ ଫୋରେନସିକ୍ ଏବଂ ଘଟଣା ପ୍ରତିକ୍ରିୟା” (Digital Forensics & Incidence Response under New Criminal Laws) ଶୀର୍ଷକ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଆରକ୍ଷୀ ଆୟୁକ୍ତ ଡଃ ସୁରେଶ ଦେବଦତ୍ତ ସିଂହ ଏବଂ ଅତିରିକ୍ତ ଆରକ୍ଷୀ ଆୟୁକ୍ତ ଶ୍ରୀ ନରସିଂହ ଭୋଳଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (NLU), କଟକର ସହକାରୀ ପ୍ରଫେସର ଡଃ ରଶ୍ମି ବାଗ ଏବଂ ରାଜ୍ୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର (SFSL), ରସୁଲଗଡ଼, ଭୁବନେଶ୍ୱରର ଶ୍ରୀ ଅନିଲ କୁମାର ନାୟକ ବିଶେଷଜ୍ଞ ଭାବେ ଯୋଗଦେଇ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସୂଚନା ଓ ସୋସିଆଲ ମିଡିଆ ବିଭାଗର ସହକାରୀ ଆରକ୍ଷୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

wpChatIcon