Advertisements

ଭାରତୀୟ ରେଡକ୍ରସ୍ ସୋସାଇଟି, ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ତା-୦୮/୦୫ /୨୦୨୬ ରିଖରେ କମିଶନରେଟ୍ ମୁଖ୍ୟାଳୟରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି । ସକାଳ ୮ଟାରେ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଵାସ୍ଥ୍ୟ ଶିବିରକୁ ପୋଲିସ କମିଶନର ଡଃ. ଏସ୍ ଦେବ ଦତ୍ତ ସିଂହଙ୍କ ଧର୍ମପତ୍ନୀ ଡଃ. ମାଧୁରୀ ସିଂହ ଓ ରେଡକ୍ରସ୍ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟା ଶ୍ରୀମତୀ ସୋନାଲୀ ମହାନ୍ତିଙ୍କ ଉପସ୍ଥିତିରେ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେଶ ବାହାଦୁର ଖୁରାନିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ରୁଚିରା ଖୁରାନିଆ ଉଦ୍‌ଘାଟିତ କରିଥିଲେ ।

ଭାରତୀୟ ରେଡକ୍ରସ୍ ସୋସାଇଟି, ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ତା-୦୮/୦୫ /୨୦୨୬ ରିଖରେ କମିଶନରେଟ୍ ମୁଖ୍ୟାଳୟରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି । ସକାଳ ୮ଟାରେ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଵାସ୍ଥ୍ୟ ଶିବିରକୁ ପୋଲିସ କମିଶନର ଡଃ. ଏସ୍ ଦେବ ଦତ୍ତ ସିଂହଙ୍କ ଧର୍ମପତ୍ନୀ ଡଃ. ମାଧୁରୀ ସିଂହ ଓ ରେଡକ୍ରସ୍ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟା ଶ୍ରୀମତୀ ସୋନାଲୀ ମହାନ୍ତିଙ୍କ ଉପସ୍ଥିତିରେ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେଶ ବାହାଦୁର ଖୁରାନିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ରୁଚିରା ଖୁରାନିଆ ଉଦ୍‌ଘାଟିତ କରିଥିଲେ । ବରିଷ୍ଠ ନାଗରିକ ଓ ପୋଲିସ ପରିବାର ପାଇଁ ମଧ୍ୟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ପୋଲିସ କମିଶନର ଡଃ ଏସ୍. ଦେବଦତ୍ତ ସିଂହ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ରେଡକ୍ରସ୍ ପ୍ରତିଷ୍ଠାତା ସମ୍ମାନୀୟ ହେନେରୀ ଦୁନାଣ୍ଟଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଓଡ଼ିଆ ପକ୍ଷ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିରିକ୍ତ ଆରକ୍ଷୀ ଆୟୁକ୍ତ ଶ୍ରୀଯୁକ୍ତ ନରସିଂହ ଭୋଳ ପୁରସ୍କୃତ କରିଥିଲେ ।

wpChatIcon